Episode notes
ସମସ୍ତ ପିଲା ମାନସିକ ଏବଂ ଶାରୀରିକ ଭାବେ ଚାଲାକ ହୋଇନଥାନ୍ତି। ସେମାନଙ୍କ ପାଇଁ ସୁଯୋଗର ଆବଶ୍ୟକତା ରହିଛି। ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଦରକାର। କୌଣସି ପିଲାକୁ ଆଡ଼ ଆଖିରେ ଦେଖିବା ଉଚିତ ନୁହେଁ। ସେମାନଙ୍କ ମନରେ ସାହସ ଆଣିବା ପାଇଁ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ଉଚିତ। ମୀନା ଅଡିଓ ସିରିଜର 'ବୁଦ୍ଧିଆର ବୁଦ୍ଧି' ଅଧ୍ୟାୟରେ ପିଲାଙ୍କ ପ୍ରତିଭାକୁ ସୁଯୋଗ ଦେବା ବିଷୟରେ ଗୁରୁତ୍ୱ ଦିଆଯାଇଛି।
Podcast
Meena - Odia Series
ODICAST · Kids & Family · English
In this Odia audio series, Meena takes you through her adventures with her brother Raju and per parrot Mithu discussing the lives of children in South Asia - in the setting of their village and beyond. Meena: a spirited, nine-year old girl is an animated character from South Asia who tackles key is
More from Meena - Odia Series All episodes →
-
25 Sep 2020 · 14 min
Meena's Grandma
ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼ ଜେଜେମା' ଅଧ୍ୟାୟରେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
-
25 Sep 2020 · 14 min
Sister's Letter
ଖାଇବା ପୂର୍ବରୁ ହାତ ଧୋଇ ଖାଇବା ଉଚିତ। ଏପରି କଲେ ରୋଗ ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳରେ ଆମେ ସୁସ୍ଥ ଏବଂ ନିରୋଗ ଜୀବନ ବିତାଇଥାଉ। ଆମ ହାତରେ ଥିବା ରୋଗ ଜୀବାଣୁ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ। ହାତ ସଫା ଥିବା ପରି ଆମକୁ ମନେ ହୋଇଥାଏ। ହେଲେ ଏଡି ଅଦ୍ୟଶ୍ୟ ଜୀବାଣୁ ଆମ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥା'ନ୍ତି। ମୀନା ଅଡିଓ ସିରିଜ "ଦିଦିଙ୍କ ଚିଠି" ଅଧ୍ୟାୟରେ ସାବୁନ ହାତ ଧୋଇ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
-
25 Sep 2020 · 14 min
Be Safe
ବାହାର ଖାଦ୍ୟରେ ବିଭିନ୍ନ ରୋଗ ଜୀବାଣୁ ଥାଆନ୍ତି। ସେ ସବୁ ଖାଦ୍ୟ ଖାଇବା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ। ସ୍ୱାଦ କାରଣରୁ ବାହାର ଖାଦ୍ୟ ଖାଇବା ଅନୁଚିତ। ବାହାରର ରୋଗ ଜୀବାଣୁ ଖାଦ୍ୟରେ ବସିଥାଆନ୍ତି। ଯାହା ଆମକୁ ଖାଲି ଆଖିକୁ ଦେଖାଯାଇନଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ବାହାର ଖାଦ୍ୟ ନଖାଇବାକୁ ପରାମର୍ଶ କରାଯାଇଛି।
-
25 Sep 2020 · 14 min
Water Hygiene
ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ଦେଖାଦିଏ। ପେଟ ରୋଗଠାରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତ ଅନେକ ରୋଗର ଏକ ମୁଖ୍ୟ କାରଣ ଦୂଷିତ ଜଳ। ଦୂଷିତ ଜଳକୁ ସେବନ କରିବା ଫଳରେ ସେଥିରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରି ରୋଗ ସୃଷ୍ଟି କରାନ୍ତି। ଅପରିଷ୍କାର ପାଣିରେ ଗାଧୋଇବା ଫଳରେ ଦେହ ହାତରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ମୀନା ଅଡିଓ ସିରିଜ 'ହାତ ବଢ଼ାଅ' ଅଧ୍ୟାୟରେ ଦୂଷିତ ଜଳର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।
-
25 Sep 2020 · 14 min
The Running Competition
ପ୍ରତ୍ୟେକ ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା ରହିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପିଇବା ପାଇଁ ଏବଂ ସଫାସୁତୁରା ରହିବା ପାଇଁ ପାଣିର ଦରକାର ରହିଛି। ପାଣିର ସୁବ୍ୟବସ୍ଥା ନଥିଲେ ଅନେକ ସମସ୍ୟା ଦେଖାଦେଇଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସ୍କୁଲରେ ପାଣି ନଥିବାରୁ ଶୋଷରେ ମୀନାର ସାଙ୍ଗ ମିଲି ଦୌଡ଼ ପ୍ରତିଯୋଗିତାରେ ହାରି ଯାଇଛି।
