Episode notes
ଜାତିଭେଦ ଏକ କୁତ୍ସିତ ସାମାଜିକ ପ୍ରଥା। ଅନ୍ୟକୁ ଛୋଟ ଜାତି ଭାବେ ପରିହାସ କରିବା ଅନୁଚିତ। ମଣିଷପଣିଆକୁ ଚିହ୍ନିବାକୁ ହେବ, ଜାତିକୁ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା ଏବଂ ସମାନ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।
Podcast
Meena - Odia Series
ODICAST · Kids & Family · English
In this Odia audio series, Meena takes you through her adventures with her brother Raju and per parrot Mithu discussing the lives of children in South Asia - in the setting of their village and beyond. Meena: a spirited, nine-year old girl is an animated character from South Asia who tackles key is
More from Meena - Odia Series All episodes →
-
15 Sep 2020 · 14 min
Grandma Says
ଆମେ ସମସ୍ତେ ସମାନ। ଜାତି, ଧର୍ମ ଭଳି ବିଷୟରୁ ଆମକୁ ଦୂରେଇ ରହିବା ଦରକାର। ମଣିଷର ପରିଚୟ ତାହା କାମକୁ ନେଇ ହୋଇଥାଏ, ଜାତିକୁ ନେଇ ନୁହେଁ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ଜାତିଭେଦ ଛୁଆଁ ଅଛୁଆଁ ଭେଦଭାବ ଦୂର କରିବାକୁ ସମାଜକୁ ବାର୍ତ୍ତା ଦିଆଯାଇଛି।
-
14 Sep 2020 · 14 min
Innocent Bhalu
ବିଡ଼ି, ତମାଖୁ ଆଦି ଦ୍ରବ୍ୟ ଆମ ଶରୀର ପାଇଁ କ୍ଷତିକାରକ। ତମାଖୁ ସେବନ ଦ୍ୱାରା କ୍ୟାନସର ଭଳି ବଡ଼ ବଡ଼ ରୋଗ ହୋଇଥାଏ। ତମାଖୁ ସେବନ ପାଇଁ କେହି ବାଧ୍ୟ କରୁଛନ୍ତି, ତେବେ ଜାଣି ଶୁଣି କିଭଳି ଆମେ ଆମ ଶରୀରକୁ କ୍ଷତି ପହଞ୍ଚାଇବା? ମାନା ଅଡିଓ ସିରିଜରେ ତମାଖୁ ସେବନ ନକରିବା ପାଇଁ ବାର୍ତ୍ତା ଦିଆଯାଇଛି। ଯଦି କେହି ବାଧ୍ୟ କରୁଛନ୍ତି, ତେବେ ମନା କରିବା ସହିତ ତାକୁ ମଧ୍ୟ ତମାଖୁ ଛାଡ଼ିବା ପାଇଁ ଉପଦେଶ ଦେବା ଦରକାର।
-
14 Sep 2020 · 14 min
The Story of a Prince
ସୁସ୍ଥ ଶରୀର ପାଇଁ ସୁଷମ ଖାଦ୍ୟ ଖାଇବା ଉଚିତ। ଆମ ଖାଦ୍ୟରେ ସବୁଜ ପନିପରିବା, ଡାଲି, ମାଛ, ମାଂସ, ଅଣ୍ଡା, ଗୁଡ଼ ଆଦି ରହିବା ଦରକାର। ଏହି ଖାଦ୍ୟରେ ଆଇରନର ମାତ୍ରା ଅଧିକ ଥାଏ, ଯାହା ଆମ ଶରୀରକୁ ସୁସ୍ଥ ରଖିବା ସହିତ କେଶ ଲମ୍ବା ହୋଇଥାଏ ଓ ଚେହେରାରେ ମଧ୍ୟ ଚମକ ଆସିଥାଏ। ମୀନା ଅଡ଼ିଓ ସିରିଜର ଏହି ଅଧ୍ୟାୟରେ ସୁଷମ ଖାଦ୍ୟ ଖାଇବା ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।
-
14 Sep 2020 · 14 min
Who will be the star?
ଶରୀରରେ ରୋଗ ସୃଷ୍ଟି ହେବାର ଏକ ମାଧ୍ୟମ ହେଉଛି ଆମ ହାତ। ତେଣୁ ଖାଇବା ପୂର୍ବରୁ ହାତ ଧୋଇବା ନିତ୍ୟାନ୍ତ ଆବଶ୍ୟକ। ନଚେତ ମଇଳା ହାତ ଦେଇ ରୋଗ ଜୀବାଣୁ ଆମ ପେଟକୁ ଯାଇଥାଏ ଏବଂ ସୃଷ୍ଟି କରିଥାଏ। ହାତ ଧୋଇବା କାହିଁକି ଆବଶ୍ୟକ ଏବଂ ହାତ ଧୋଇବାର ପ୍ରଣାଳୀ ବିଷୟରେ ୟୁନିସେଫ୍ ମୀନା ଅଡିଓ ସିରିଜରେ କୁହାଯାଇଛି।
-
14 Sep 2020 · 14 min
Good Sanitation Habits
ବାହାରେ ଶୌଚ କରିବା ଏକ ଖରାପ ଅଭ୍ୟାସ। ଏହା ଫଳରେ ଅନେକ ରୋଗ ଜୀବାଣୁ ଶରୀର ଭିତରକୁ ଯାଇ ରୋଗ କରାନ୍ତି। ସେହିପରି ପରିବେଶ ପ୍ରଦୂଷିତ ହେବା ଫଳରେ ଅନ୍ୟମାନେ ମଧ୍ୟ ରୋଗର ଶିକାର ହୁଅନ୍ତି। ତେଣୁ ପାଇଖାନା ବ୍ୟବହାର କରିବା ଉଚିତ। ବର୍ତ୍ତମାନ ସରକାରଙ୍କ ପକ୍ଷରୁ ମଧ୍ୟ ଶୌଚାଳୟ ପାଇଁ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି। ମୀନା ଅଡିଓ ସିରିଜ ଅଧ୍ୟାୟରେ ଶୌଚାଳୟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।
-
14 Sep 2020 · 14 min
Barfi Competition
ଝିଅମାନେ ପାଠପଢି କ’ଣ କରିବେ? ଝିଅମାନେ ବାହରେ ନ ବୁଲି ଘରକାମ କରିବା ଉଚିତ। ଅଧିକାଂଶ ଲୋକ ଝିଅମାନଙ୍କୁ ନେଇ ଏମିତି କେତେ କଥା ଚିନ୍ତା କରିଥାଆନ୍ତି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବର୍ଫି ତିଆରି ପ୍ରତିଯାଗିତା’ ଅଧ୍ୟାୟରେ ବାଳିକାମାନଙ୍କ ପାଠପଢା ଉପରେ ଗୁରୁତ୍ଵ ଦିଆଯାଇଛି।
-
14 Sep 2020 · 14 min
The Secret of Friendship
ଶାରୀରିକ ଅକ୍ଷମତା ବ୍ୟକ୍ତି କୌଣସି କାମ କରିପାରିବନି ଭାବିବା ଆଦୌ ଉଚିତ ନୁହେଁ। ସେମାନଙ୍କୁ ସହଯୋଗ କଲେ ସେମାନେ ମଧ୍ୟ ସବୁ କାମ ସମ୍ଭବ କରିପାରିବେ। ସେମାନଙ୍କୁ ହେୟଜ୍ଞାନ ନକରି ଧୈର୍ଯ୍ୟର ସହ ସାହାଯ୍ୟ କରିବା ଫଳରେ ସେମାନେ ସବୁକିଛି କରିବାକୁ ସକ୍ଷମ ହୋଇପାରିବେ। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ବନ୍ଧୁତାର ରହସ୍ୟ’ ଅଧ୍ୟାୟରେ ଶାରୀରିକ ଅକ୍ଷମତା ବ୍ୟକ୍ତିଙ୍କୁ ସବୁ ସମୟରେ ବନ୍ଧୁ ଭଳି ସାହାଯ୍ୟ କରିବା ଉଚିତ ବୋଲି ବାର୍ତ୍ତା ଦିଆଯାଇଛି।
-
13 Sep 2020 · 14 min
Looking Happy
ସବୁ ଦୁଃଖର କିଛି ନା କିଛି କାରଣ ଥାଏ। ଏହି ଦୁଃଖକୁ ଅଧିକ ଦିନ ମନ ଭିତରେ ରଖିଲେ ରାଗ ଆସିଥାଏ। ତେଣୁ ନିଜ ମନର ସବୁ ସୁଖଦୁଃଖ ଅନ୍ୟ ସହ ବାଣ୍ଟି ଦେଲେ ଖୁସି ଲାଗେ। ନିଜ ସମସ୍ୟା ଆଉ କାହାକୁ ଜଣେଇଲେ ସମାଧାନର ବାଟ ବାହାରି ଆସେ। ମୀନାର ସାଙ୍ଗ ମୁରଲୀ ସହ ସେମିତି ଘଟଣା ଘଟିଛି। ମୁରଲୀର ବାପା ଅସୁସ୍ଥ ଥିବା ଯୋଗୁଁ ମୁରଲୀକୁ ସବୁ କାମ କରିବା ପାଇଁ ପଡୁଛି। ପରେ ମୀନା ମୁରଲୀ ଚିନ୍ତାର କାରଣ ଜାଣି ତାକୁ ଖୁସି କରାଉଛି। ୟୁନିସେଫ ‘ମୀନା’ ଅଡିଓ ସିରିଜରେ ‘ଭାରି ଖୁସି ଲାଗୁଛ ତ!’ ଅଧ୍ୟାୟରେ ବାର୍ତ୍ତା ଦିଆଯାଇଛି ଯେ, ସୁଖ କିମ୍ବା ଦୁଃଖ ଅନ୍ୟ ସହ ବାଣ୍ଟିଲେ ଖୁସି ମିଳିଥାଏ।
-
13 Sep 2020 · 14 min
Marriage Dupatta
ଯଦି ଆମେ ଆମ କାର୍ଯ୍ୟ ଏକ ତାଲିକା ପ୍ରସ୍ତୁତ କରିବା, ତେବେ ସେହି କାର୍ଯ୍ୟକୁ ଠିକ୍ ସମୟରେ ପୁରଣ କରିପାରିବା। କେଉଁ କାମ ପ୍ରଥମେ କରିବ ଏବଂ କେଉଁ କାମ କିଛି ସମୟ ପରେ କରିବ, ସବୁ କାମର ଏକ ସମୟ ନିର୍ଦ୍ଧାରଣ କରିବା ଉଚିତ। ସମୟର ହିସାବ ରଖି ଯୋଜନା ପ୍ରସ୍ତୁତ କଲେ କାମ ଠିକ୍ ସମୟରେ ସରିଯିବ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସବୁ କାମ ପାଇଁ ସମୟ ନିର୍ଦ୍ଧାରଣ କରିବାକୁ ପରାମର୍ଶ ଦିଆଯାଇଛି।
-
26 Aug 2020 · 14 min
Mother's Bangles
ଭିଟାମିନ୍ ଏ ଯୁକ୍ତ ଖାଦ୍ୟ ଯେପରିକି ସବୁଜ ପନିପରିବା, ଫଳମୂଳ, ପାଳଙ୍ଗ, ଅଣ୍ଡା, ଗାଜର, କ୍ଷୀର ଓ ଅମୃତଭଣ୍ଡା ଭଳି ଖାଦ୍ୟ ଖାଇବା ଦ୍ୱାରା ଶରୀରକୁ ଉପଯୁକ୍ତ ପରିମାଣର ପୋଷକ ତତ୍ତ୍ୱ ମିଳିଥାଏ। ଏହା ଆମ ଦୃଷ୍ଟି ଶକ୍ତିକୁ ପ୍ରଖର ମଧ୍ୟ କରିଥାଏ। ୟୁନିସେଫ୍ ‘ମୀନା’ ଅଡିଓ ସିରିଜ୍ର ‘ମାଆଙ୍କ ଚୁଡ଼ି’ ଅଧ୍ୟାୟରେ ସୁସ୍ଥ ଆଖି ଓ ଶରୀର ପାଇଁ ସବୁଜ ପନିପରିବାର ଗୁରୁତ୍ଵ ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।
